ରାଜ୍ୟରେ ସୁସ୍ଥ ହେଲେ ୧୨୯୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୨୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୨ ଆକ୍ରାନ୍ତ ସୁସ୍ଥ ମୟୂରଭଞ୍ଜ ଜିଲାରୁ ୧୩୩, କଟକ ଜିଲାରୁ ୧୧୧, ବାଲେଶରରୁ ୧୦୦, ଅନୁଗୋଳରୁ ୭୬, ସୁନ୍ଦରଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୬୨, ପୁରୀରୁ ୫୨, ବଲାଙ୍ଗୀରରୁ ୪୩, ବରଗଡରୁ ୪୦, କଳାହାଣ୍ଡିରୁ ୩୭, ସମଲପୁରରୁ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୩୪, ଭଦ୍ରକରୁ ୩୨, ନୂଆପଡାରୁ ୩୨, ଯାଜପୁରରୁ ୩୦, ନବରଙ୍ଗପୁରରୁ ୩୦, ଢେଙ୍କାନାଳରୁ ୨୦, କନ୍ଧମାଳରୁ ୧୮, କୋରାପୁଟରୁ ୧୮, ନୟାଗଡରୁ ୧୫, ଗଞ୍ଜାମରୁ ୧୪, ଝାରସୁଗୁଡାରୁ ୧୪, ମାଲକାନଗିରିରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୭, ସୋନପୁରରୁ ୫, ଦେବଗଡରୁ ୪ ଓ ରାୟଗଡାରୁ ୪ କରୋନାରୁ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share