ରାଜ୍ୟରେ ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ୱରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪, କେନ୍ଦ୍ରାପଡାରୁ ୪୨, କୋରାପୁଟରୁ ୩୩, ନୟାଗଡରୁ ୩୩, ଢେଙ୍କାନାଳରୁ ୨୮, ଗଜପତିରୁ ୨୫, ନବରଙ୍ଗପୁରରୁ ୨୫, ସମ୍ବଲପୁରରୁ ୨୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକରୁ୨୦, ଝାରସୁଗୁଡାରୁ୧୯, ମୟୁରଭଞ୍ଜରୁ ୧୮, ନୂଆପଡାରୁ ୧୬, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୨, ରାୟଗଡାରୁ ୧୦, ଜଗତସିଂହପୁରରୁ ୯, ବଲାଙ୍ଗୀରରୁ ୮, ବରଗଡରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୩୯୨୦୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share