ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ ଜିଲାରୁ ୧୦୬, କଟକରୁ ୯୯, ବଲାଙ୍ଗୀରରୁ ୮୬, କେନ୍ଦ୍ରାପଡାରୁ ୭୬, ବରଗଡରୁ ୭୧, ନୂଆପଡାରୁ ୭୦, ପୁରୀରୁ ୬୩, ଜଗତସିଂହପୁରରୁ ୫୬, କେନ୍ଦୁଝରରୁ ୫୫, ମୟୂରଭଞ୍ଜରୁ ୫୫, ବାଲେଶ୍ୱରରୁ ୪୫, ଯାଜପୁରରୁ ୪୩ ଜଣ ପଜିଟିଭ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଝାରସୁଗୁଡାରୁ ୪୧, ସମ୍ବଲପୁରରୁ ୩୩, ନବରଙ୍ଗପୁରରୁ ୩୧, ଭଦ୍ରକରୁ ୩୦, ଅନଗୋଳରୁ ୨୮, କଳାହାଣ୍ଡିରୁ ୨୭, ଗଞ୍ଜାମରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ମାଲକାନଗିରିରୁ ୨୧, ଢେଙ୍କାନାଳରୁ ୨୦, ସୋନପୁରରୁ ୧୯, ନୟାଗଡରୁ ୯, ଦେବଗଡରୁ ୮ ଓ ରାୟଗଡାରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।