ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୧୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୬୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୮ ହଜାର ୧୮୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୩୩, ବାଲେଶ୍ୱରରୁ ୧୭, ବରଗଡ଼ରୁ ୫୯, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫, ଗଜପତିରୁ ୮, ଗଞ୍ଜାମରୁ ୨୦, ଜଗତ୍‌ସିଂହପୁରରୁ ୯, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୫୨, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୨୪ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୯୩, କୋରାପୁଟରୁ ୮, ମୟୂରଭଞ୍ଜରୁ ୨୬, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୧୩୫ , ପୁରୀରୁ ୪୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୭୭ ସୁବର୍ଣ୍ଣପୁରରୁ ୪ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩୩୫ ଅଛନ୍ତି।

Share