କଟକରୁ ୧୪୯ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୧।୮-କଟକ ସହରରୁ ଶୁକ୍ରବାର ୧୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୯ ମଧ୍ୟରୁ ୭୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୧ଟି ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସ୍‌ସିବି ମେଡିକାଲ ଆଇସୋଲେଶନ ଓ୍ବାର୍ଡରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୧ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଏଥିସହିତ ଖାନନଗରରୁ ୬, କଲେଜ ସ୍କୋୟାରରୁ ୫, ଯୋବ୍ରାରୁ ୨, ଚୌଧୁରୀ ବଜାରରୁ ୨, ଦରଘା ବଜାରରୁ ଜଣେ, ନୂଆସାହିରୁ ଜଣେ, ବଣିଆ ସାହିରୁ ଜଣେ, ମଙ୍ଗଳବାଗରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।