କଟକ ସହରରୁ ୧୫୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୨୦।୮-କଟକ ସହରରୁ ଗୁରୁବାର ୧୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଲୋକାଲ କେସ। କଟକ ଏସ୍‌ସିବି ମେଡିକାଲ ଆଇସୋଲେଶନ ଓ୍ବାର୍ଡରୁ ୧୭ ଜଣ, ସେଲଟର ଛକ ଧୋବାସାହିରୁ ୧୯, ମୋଚି ସାହିରୁ ୬, ନୂଆ ବଜାରରୁ ୫, ପିଲିଗ୍ରୀମ ରୋଡରୁ ୫, ଥୋରିଆ ସାହିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କାଜି ବଜାରରୁ ୩, ଚାଉଳିଆଗଞ୍ଜରୁ ୩ , ନୂଆସାହିରୁ ଜଣେ, ନୂଆପଦାରୁ ଜଣେ, ମହାନଦୀ ବିହାରରୁ ଜଣେ, ସିଡିଏ ସେକ୍ଟର ୭ରୁ ଜଣେ, ଓଡିଆ ବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ସିଏମସି ଅଞ୍ଚଳରୁ ୨୮୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୨୭ ଜଣ ସୁସ୍ଥ ହୋଇଛନ୍ତି। ୧୦୮୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।