ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୮(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୩୨ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡରୁ ୧୧୧, ବାଲେଶ୍ୱରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୬, ସମ୍ବଲପୁରରୁ ୩୫, ନୟାଗଡରୁ ୩୪, କଳାହାଣ୍ଡିରୁ ୩୧, ନବରଙ୍ଗପୁରରୁ ୩୧, ନୂଆପଡାରୁ ୩୧, ସୋନପୁରରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୨୦, ଅନୁଗୋଳରୁ ୧୮, ବରଗଡରୁ ୧୫, ଝାଡସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୪, ଦେଓଗଡରୁ ୪, ପୁରୀରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୩୭୭୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share