ରାଜ୍ୟରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫।୮(ବ୍ୟୁରୋ)-ରାଜ୍ୟରେ ଶନିବାର ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡାରୁ ୯୩, ସୁୁନ୍ଦରଗଡରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧, ନୟାଗଡରୁ ୫୬, ଗଜପତିରୁ ୫୪, ସମ୍ବଲପୁରରୁ ୫୪, ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକରୁ ୨୬, କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂହପୁରରୁ ୧୬, ଅନୁଗୋଳରୁ ୧୩, ବଲାଙ୍ଗୀରରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡାରୁ ୧୩, ବରଗଡରୁ ୧୩, ଝାରସୁଗୁଡାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧରୁ ୫ ଜଣ, ନବରଙ୍ଗପୁରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୦୭୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share