ରାଜ୍ୟରେ ସୁସ୍ଥ ହେଲେ ୧୫୨୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୫୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲାରୁ ସର୍ବାଧିକ ୧୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୨୭, ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ନୂଆପଡାରୁ ୧୦୪, ଜଗତସିଂହପୁରରୁ ୮୯, ଅନୁଗୋଳରୁ ୭୦, ଯାଜପୁରରୁ ୬୦, ବରଗଡରୁ ୫୬, ପୁରୀରୁ ୪୬, ମୟୂରଭଞ୍ଜରରୁ ୪୫, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୪୪, ବଲାଙ୍ଗୀରରୁ ୪୨, ଭଦ୍ରକରୁ ୪୧, କେନ୍ଦ୍ରାପଡାରୁ ୪୧, ସମ୍ବଲପୁରରୁ ୪୧, କଳାହାଣ୍ଡିରୁ ୩୬, କୋରାପୁଟରୁ ୩୪, ମାଲକାନଗିରିରୁ ୩୨, ସୋନପୁରରୁ ୨୮, ନୟାଗଡରୁ ୨୬, କନ୍ଧମାଳରୁ ୨୩, ଝାଡସୁଗୁଡାରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ ୧୫, ଦେଓଗଡରୁ ୧୩, ଗଜପତିରୁ ୬, ଷ୍ଟେଟପୁଲରୁ ୩୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share