ଆଜି ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ: ଏହି ଜିଲାରୁ ସର୍ବାଧିକ ସୁସ୍ଥ…

ଭୁବନେଶ୍ୱର,୮।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୬୦ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡରୁ ୬୨, ସୁନ୍ଦରଗଡରୁ ୫୯, କନ୍ଧମାଳରୁ ୪୧, କଟକରୁ ୩୭, କଳାହାଣ୍ଡିରୁ ୩୬, ରାୟଗଡାରୁ ୩୬, ଯାଜପୁରରୁ ୩୪, ବାଲେଶ୍ୱରରୁ ୩୩, ପୁରୀରୁ୩୨, ସମ୍ବଲପୁରରୁ୩୧, ମାଲକାନଗିରିରୁ ୨୪, କେନ୍ଦ୍ରାପଡାରୁ ୨୧, କେନ୍ଦୁଝରରୁ ୧୭, ବରଗଡରୁ୧୬, ବଲାଙ୍ଗିରରୁ ୧୬, ଢେଙ୍କାନାଳରୁ ୧୩, ମୟୂରଭଞ୍ଜରୁ ୧୨, ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକ, ଜଗତସିଂହପୁର ଓ ସୋନପୁରରୁ ୮ ଜଣ ଲେଖାଏ, ଅନୁଗୋଳ, ନୂଆପଡାରୁ ୬ ଜଣ ଲେଖାଏ, ନବରଙ୍ଗପୁରରୁ ୪, ଝାଡସୁଗୁଡାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦୨୪୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share