କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସ୍‌ସିବି ମେଡିକାଲ ଆଇସୋଲେଶନର ଓ୍ବାର୍ଡରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଥିବାବେଳେ ୪ ଜଣ ପୁରୁଷ ରହିଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ମଠ ସାହିରୁ ୧୫, ବିଦ୍ୟାଧରପୁରରୁ ୫, ନୟାବଜାରରୁ ୪, ସେକ୍ଟର ୧୦ ସିଡିଏରୁ ୩, ଚାଉଳିଆଗଞ୍ଜରୁ ୨, କାଜିବଜାରରୁ ୨, ମହାନଦୀ ବିହାରରୁ ଜଣେ, କୁମ୍ଭାର ସାହିରୁ ଜଣେ, ଶଙ୍କରପୁରରୁ ଜଣେ, ଯୋବ୍ରାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।