ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୬୫, ଗଜପତିରୁ ୧୨୭, କଟକରୁ ୧୧୦, ପୁରୀରୁ ୮୫, କୋରାପୁଟରୁ ୬୯, ନୂଆପଡାରୁ ୬୮, ବାଲେଶ୍ୱରରୁ ୬୬, ନୟାଗଡରୁ ୬୨, ବରଗଡରୁ ୫୪, କଳାହାଣ୍ଡିରୁ ୪୩, ସୁନ୍ଦରଗଡରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକରୁ ୨୨, ବଲାଙ୍ଗୀରରୁ ୨୨, ମୟୁରଭଞ୍ଜରୁ ୨୧, ଝାରସୁଗୁଡାରୁ ୨୦, ରାୟଗଡାରୁ ୧୮, କେନ୍ଦୁଝରରୁ ୧୭, ସମ୍ବଲପୁରରୁ ୧୪, ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂପୁରରୁ ୩, ସୋନପୁରରୁ ୨ ଓ ଅନୁଗୋଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share