ଆଜି ବିଏମ୍‌ସିରୁ ୧୬୬ ପଜିଟିଭ ଚିହ୍ନଟ: ସାଲିଆସାହିରୁ ସର୍ବାଧିକ

ଭୁବନେଶ୍ୱର,୯।୮(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଞ୍ଚଳରୁ ରବିବାର ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଥିବାବେଳେ ୬୮ ଲୋକାଲ କଣ୍ଟାକ୍ଟ କେସ। ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୯ରୁ ୫ ଜଣ, ଆଇଆରସି ଭିଲେଜରୁ ୪ ଜଣ, ବିଜେବି ନଗରରୁ ଜଣେ, ଶୈଳଶ୍ରୀ ବିହାରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share