କଟକରୁ ୧୬୭ ପଜିଟିଭ ଚିହ୍ନଟ: ବାଉରି ସାହିରୁ ସର୍ବାଧିକ

କଟକ ଅଫିସ,୧୭।୮-କଟକ ସହରରେ ସୋମବାର ୧୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନମେଣ୍ଟ ଜୋନରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ବାଉରି ସାହିରୁ ୫୧ ଜଣ, ବାଉଁଶଗଳିରୁ ୧୩, ମଣିସାହୁ ଛକରୁ ୮, ମେରିୟା ବଜାରରୁ ୭, ଜଗନ୍ନାଥ ବଲ୍ଲଭ ସାହିରୁ ୧୦, ସେକ୍ଟର ୬ ସିଡିଏରୁ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ନିମସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୫ଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଥିବାବେଳେ ୧୨ ଜଣ ମହିଳା ରହିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଚୌଧୁରୀ ବଜାରରୁ ଜଣେ, ପୁରୀଘାଟରୁ ଜଣେ, ବଳଭଦ୍ରପୁରରୁ ଜଣେ, ଚାଉଳିଆଗଞ୍ଜରୁ ଜଣେ, କାଜିବଜାରରୁ ଜଣେ, କଲେଜ ସ୍କୋୟାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।