ଭୁବନେଶ୍ୱରରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୮ ଲୋକାଲ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ରବିବାର ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୦ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୨ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଲୋକାଲ କଣ୍ଟାକ୍ଟ କେସ ରହିଛି। ଗୋଟିଏ ଘରୋଇ ହସ୍ପିଟାଲରୁ ୩ ଜଣ, ପଟିଆରୁ ୫ ଜଣ, ବୁଦ୍ଧେଶ୍ୱର କଲୋନୀରୁ ୪ ଜଣ, ନିଳାଦ୍ରୀ ବିହାରରୁ ୪ ଜଣ, ଭିଏସ୍‌ଏସ୍‌ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ମଞ୍ଚେଶ୍ୱରରୁ ୩ ଜଣ, ଜୟଦେବ ବିହାରରୁ ଜଣେ, ଡୁମୁଡୁମାରୁ ୩ ଜଣ, ପଟିଆରୁ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ୱରରେ ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମ୍‌ସି ଟୁଇଟ କରି ସୂଚନା ଦେଇଛି।

Share