ରାଜ୍ୟରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ : ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୨।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡରୁ ୬୮, ବାଲେଶ୍ୱରରୁ ୫୮, ନୟାଗଡରୁ ୫୧, କଳାହାଣ୍ଡିରୁ ୩୮, କେନ୍ଦୁଝରରୁ ୩୮, ବରଗଡରୁ ୩୨, ଗଜପତିରୁ ୩୦, ବଲାଙ୍ଗୀରରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୯, ଜଗତସିଂହପୁରରୁ ୧୫, ଅନୁଗୋଳରୁ ୭, ନୂଆପଡା ଓ ସୋନପୁରରୁ ୪ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share