ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୭ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଖିବୁଜିଲେ ୨

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୪୯ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫୩ ହଜାର ୮୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡ଼ା ଜିଲାରୁ ସର୍ବାଧିକ ୩୦୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୨୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୮୭, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୯୧, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୨, ଗଜପତିରୁ ୧୬, ଗଞ୍ଜାମରୁ ୮୦, ଜଗତ୍‌ସିଂହପୁରରୁ ୭, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫୪ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୧୦, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ନୂଆପଡ଼ାରୁ ସର୍ବାଧିକ ୩୦୩ , ପୁରୀରୁ ୫୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୧୧୪ ସୁବର୍ଣ୍ଣପୁରରୁ ୬ ଓ ସୁନ୍ଦରଗଡ଼ରୁ ୨୪୧ ଅଛନ୍ତି।
ଅନ୍ୟପକ୍ଷେ ୨ ଜଣ କରୋନାରେ ଅଖିବୁଜିଛନ୍ତି ।

Share