କଟକ ଅଫିସ,୨।୧୦- କଟକ ସହରରୁ ଶୁକ୍ରବାର ମୋଟ ୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୧୦୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଜଗତପୁରରୁ ୭, ବକ୍ସିବଜାରରୁ ୫, ପ୍ରତାପନଗରୀରୁ ୫, ଚାଉଳିଆଗଞ୍ଜରୁ ୪, ବାଦାମବାଡିରୁ ୩, କଲେଜ ଛକରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୭୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଗତପୁରରୁ ୫, ନୟାବଜାରରୁ ୫, ବିଡାନାସୀରୁ ୪, କଲ୍ୟାଣୀ ନଗରରୁ ୪, ଦରଘାବଜାର, ଜୋବ୍ରା, ମେରିଆ ବଜାରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 358 new COVID19 +ve cases reported today in #Cuttack district, 182 +ve cases belong to Cuttack city (CMC area).
Another 217 recoveries (1 October data) have been reported recently! KUDOS to all doctors & healthcare staff. pic.twitter.com/4m21vjRoue
— CMC,Cuttack (@CMCCuttack) October 2, 2020