ଭୁବନେଶ୍ୱର,୧୨।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆଉ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୭ ଜଣଙ୍କ ମଧ୍ୟରୁ ୧୦୪ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୩ ଲୋକାଲ କଣ୍ଟାକ୍ଟ କେସ ରହିଛି। ଜୟଦେବ ବିହାରର ଏକ ହୋଟେଲର ୧୮ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨ଟି ଘରୋଇ ହସ୍ପିଟାଲରୁ ୬ ଜଣ ଲେଖାଏ ମୋଟ ୧୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁରରୁ ଅଲଗା ଅଲଗା ମୋଟ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରିଜର୍ଭ ପୋଲିସ କଲୋନୀରୁ ୩, କଟକ ରୋଡ ମୋଚି ସାହିରୁ ୩, ଭିଏସଏସ ନଗରରୁ ୩, ଲକ୍ଷ୍ମୀସାଗରରୁ ୩, ସତ୍ୟନଗରରୁ ୩ ଜଣ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି। ଏ ନେଇ ବିଏମ୍ସି ଟୁଇଟ କରି ସୂଚନା ଦେଇଛି।
Update on newly detected & cured #COVID19 cases in the last 24 hrs under the BMC area on 12th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/REmdlybiFg— BMC (@bmcbbsr) August 12, 2020