ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ଆଉ ୧୯୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୮(ବ୍ୟୁରୋ)-ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖା। ଶନିବାର ଭୁବନେଶ୍ୱରରେ ଆଉ ୧୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୯୦ ଜଣଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୩୮ ଜଣ ଚିହ୍ନଟ ହୋଇଥିବାବେଳେ ୫୨ ଲୋକାଲ କଣ୍ଟାକ୍ଟ କେସ। କପିଳେଶ୍ୱର କଞ୍ଚସାହିରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, ଆଇଆରସି ଭିଲେଜରୁ ୫, ୟୁନିଟ-୧ରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତଳସାହିରୁ ୩, କଟକ ରୋଡ ଷ୍ଟେଶନ ଛକ ଅଞ୍ଚଳରୁ ୩, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ବସ୍ତିରୁ ଜଣେ, ଲକ୍ଷ୍ମୀସାଗର ଓସ୍କାର ସିଟିରୁ ୨ ଜଣ, ଗ୍ୟାରେଜ ଛକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରେ ୧୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିମଗ (ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share