ଓଡ଼ିଆରେ କଥା ଅଛି ବାର ମାସରେ ତେର ପର୍ବ । ଏଥିରୁ ରଜ ପର୍ବ ତ ସବୁଠୁ ନିଆରା । ବରଷରେ ଥରେ ଆସେ ରଜ । ଏଇ ରଜ ଗାଁ ଦାଣ୍ଡଠୁ ଆରମ୍ଭ କରି ସହର ବଜାରରେ ନିଆରେ ଭାବେ ପାଳନ କରାଯାଏ । ରଜ ଆସିଲେ ଚଳଚଂଚଳ ହୋଇ ଉଠେ ପୁରପଲ୍ଲୀ ଓ କୁଆରୀ ମାନଙ୍କ ମନ । ରଜ ଆସେ ବର୍ଷା ଭିଜା ମାଟିର ସୁଗନ୍ଧରେ । ହଁ ରଜ ଆସେ ଜଣେ କୁଆଁରୀ ପାଦର ଅଳତାରେ । ରଜ ଆସେ ନୂଆ ଡ୍ରେସରେ, ରଜ ପାନରେ, ପୋଡ ପିଠାରେ ଆଉ ଦୋଳୀ ଖେଳର ସାଜସଜାରେ ।