କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିମ୍ବସାହିରୁ ୨୨, ଏସସିବି ଆଇସୋଲେଶନ ଓ୍ବାର୍ଡରୁ ୯, ୫ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ସେହିପରି କୋରାପୋଖରୀରୁ ୬, ନୟାବଜାରରୁ ୪, କଲ୍ୟାଣୀ ନଗରରୁ ୪, ରାଣୀହାଟରୁ୨, ଆଲିଶା ବଜାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।