ରାଜ୍ୟରେ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରେ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୯୦୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗୀରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଲାହାଣ୍ଡିରୁ ୧୨ ଆକ୍ରାନ୍ତ ଅଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୫୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୧, ନୟାଗଡ଼ାରୁ ୨, ନୂଆପଡ଼ାରୁ ୨୩, ପୁରୀରୁ ୫, ରାୟଗଡ଼ାରୁ ୨ ,ସମ୍ବଲପୁରରୁ ୧୧ ଓ ସୁନ୍ଦରଗଡ଼ରୁ ୧୨ ଅଛନ୍ତି।

Share