ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୯ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ୱରରୁ ୯୦, ପୁରୀରୁ ୮୪, ମାଲକାନଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡାରୁ ୬୮, ମୟୂରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୯, ଅନୁଗୋଳରୁ୧୮, କେନ୍ଦ୍ରାପଡାରୁ୧୬, ବଲାଙ୍ଗୀରରୁ ୧୪, ଝାରସୁଗୁଡାରୁ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬, ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share