କଟକରୁ ଆଜି ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୬।୯-କଟକ ସହରରୁ ଆଜି ଆଉ ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୯୮ ରହିଛି। ନୟାବଜାରରୁ ୮, ତୁଳସୀପୁରରୁ ୮, ଚାଉଳିଆଗଞ୍ଜରୁ ୭, ବିଡାନାସୀରୁ ୬, କଲ୍ୟାଣୀ ନଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ ମଧ୍ୟରେ ନୟାବଜାରରୁ ୯, ବିଡାନାସୀରୁ ୬, ମହାନଦୀ ବିହାରରୁ ୫, ଚାନ୍ଦିନୀ ଚୌକରୁ ୪, ଚାଉଳିଆଗଞ୍ଜରୁ ୪, କଲ୍ୟାଣୀନଗରରୁ ୪, ମଙ୍ଗଳବାଗରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୧୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୫୭୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୭୩୧ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।