Categories: କଟକ

କଟକ ସହରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୯(ବ୍ୟୁରୋ)-କଟକ ସହରରୁ ଆଜି ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୩୫ ଜଣ ଚିହ୍ନଟ ହୋଇଥିବାବେଳେ ୧୦୨ ଲୋକାଲ କଣ୍ଟାକ୍ଟ କେସ। ସେକ୍ଟର ୭ ସିଡିଏରୁ ୧୧, କଲେଜ ଛକରୁ ୫, ଏସସିବି ମେଡିକାଲ ଆଇସୋଲେଶନ ଓ୍ବାର୍ଡରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।