CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୨୪୫ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଲା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୨୧୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଯାଜପୁରରୁ ୪୦ ଏବଂ ଖୋର୍ଦ୍ଧାରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରରୁ ୨, ବରଗଡ଼ ୧୦, ଭଦ୍ରକ ୨, କଟକ ୭, ଢେଙ୍କାନାଳ ୩, କେନ୍ଦ୍ରାପଡ଼ା ୮, ଜଗତସିଂହପୁର ୯, ମୟୂରଭଞ୍ଜ ୫, ନୟାଗଡ଼ ୩, ଗଜପତି, କେନ୍ଦୁଝର ଏବଂ ନବରଙ୍ଗପୁର ଜିଲାରୁ ୭ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା, ସୋନପୁର ଏବଂ ଝାରସୁଗୁଡ଼ା ଜିଲାରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ର ୨ କର୍ମଚାରୀ ମଧ୍ୟ ରହିଛନ୍ତି।
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୬,୮୫୯ରେ ପହଞ୍ଚିଥିବା ବେଳେ ୪,୭୪୩ ସୁସ୍ଥ ହୋଇଛନ୍ତି। ୨,୦୮୬ ଜଣ ଚିକିତ୍ସାଧୀନ ଥିବା ବେଳେ ୨୩ ଜଣଙ୍କ ମୃତ୍ୟୁ ଘଟିଛି।

Share