ରାଜଧାନୀରୁ ପୁଣି ୨୪୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୨୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୭ ମଧ୍ୟରୁ ୧୪୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୯୯ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଆଇଗିଣିଆରୁ ୩, ବାପୁଜୀ ନଗରରୁ ୩, ବୁଦ୍ଧେଶ୍ୱରୀ କଲେନୀରୁ ୪, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ସିଆରପିଏଫ କ୍ୟାମ୍ପସରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ପାତ୍ରପଡାରୁ ଜଣେ, ସତ୍ୟବିହାରରୁ ଜଣେ, ୟୁନିଟ୍‌ ୬ରୁ ଜଣେ, ହରେକୃଷ୍ଣ ନଗରରୁ ଜଣେ, ଗ୍ୟାରେଜ ଛକରୁ ଜଣେ, ବଡଗଡ ବ୍ରିଟ୍‌ କଲୋନୀରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

Share