ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୧୯ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡାରୁ ୨୦୫, କୋରାପୁଟରୁ ୧୬୯, ମୟୂରଭଞ୍ଜରୁ ୧୫୦, କଟକରୁ ୧୨୯, ବାଲେଶ୍ୱରରୁ ୧୦୦, ନୟାଗଡରୁ୯୫, ସମ୍ବଲପୁରରୁ ୮୫, ମାଲକାନଗିରିରୁ ୮୪, ଭଦ୍ରକରୁ ୭୭, ଢେଙ୍କାନାଳରୁ ୭୬, ନବରଙ୍ଗପୁରରୁ ୫୮, କନ୍ଧମାଳରୁ ୪୮, ବଲାଙ୍ଗୀରରୁ ୪୫, ସୁନ୍ଦରଗଡରୁ ୪୨, ଗଜପତିରୁ ୪୦, କେନ୍ଦ୍ରାପଡାରୁ ୩୯, ଝାଡସୁଗୁଡାରୁ ୩୮, କେନ୍ଦୁଝରରୁ ୩୮, ସୋନପୁରରୁ ୩୩, ନୂଆପଡାରୁ ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୨୭, ବରଗଡରୁ ୨୫, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୨, ଦେଓଗଡରୁ ୭, ବୌଦ୍ଧରୁ ୪, ଅନୁଗୋଳରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share