ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୧୯ କରୋନା ଆକ୍ରାନ୍ତ: ଆପଣଙ୍କ ଜିଲାରୁ କେତେ ଜାଣନ୍ତୁ…

ଭୁବନେଶ୍ୱର,୨୪।୮(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲେଶ୍ୱରରୁ ୨୭୬, ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡରୁ ୯୬, ବଲାଙ୍ଗୀରରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୫୩, ମାଲକାନଗିରିରୁ ୫୨, ଯାଜପୁରରୁ ୪୨, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡାରୁ ୨୨, ଦେଓଗଡରୁ ୧୯, କେନ୍ଦୁଝରରୁ ୧୯, ଝାଡସୁଗୁଡାରୁ ୧୮, ଅନୁଗୋଳରୁ ୩, ବୌଦ୍ଧରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫୬୯୨୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share