ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୮୧, ସୁନ୍ଦରଗଡରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୋଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀରୁ ୮୬, ସୋନପୁରରୁ ୮୫, କେନ୍ଦ୍ରାପଡାରୁ ୮୪, ଯାଜପୁରରୁ ୭୫, ନୂଆପଡାରୁ ୭୦, ବରଗଡରୁ ୬୯, ବଲାଙ୍ଗୀରରୁ ୬୯, ଝାଡସୁଗୁଡାରୁ ୬୭, କେନ୍ଦୁଝରରୁ ୬୬, ଭଦ୍ରକରୁ ୬୦, ଜଗତସିଂହପୁରରୁ ୫୫, ସମ୍ବଲପୁରରୁ ୫୪, ଢେଙ୍କାନାଳରୁ ୪୯, କଳାହାଣ୍ଡିରୁ ୪୯, ବୌଦ୍ଧରୁ ୪୬, ଗଞ୍ଜାମରୁ ୪୨, ମାଲକାନଗିରିରୁ ୩୮, କନ୍ଧମାଳରୁ ୩୩, କୋରାପୁଟରୁ ୩୩, ନବରଙ୍ଗପୁରରୁ ୩୩, ନୟାଗଡରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ ୨୭, ଗଜପତିରୁ ୧୪, ଦେଓଗଡରୁ ୯, ଷ୍ଟେଟପୁଲରୁ ୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share