ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୨୦୬, ଅନୁଗୋଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡ଼ାରୁ ୧୦୬, ବଲାଙ୍ଗିରରୁ ୧୦୫, ବରଗଡ଼ରୁ ୧୦୦, ସମ୍ବଲପୁରରୁ ୯୮, ଯାଜପୁରରୁ ୯୪, କେନ୍ଦ୍ରପଡ଼ାରୁ ୭୧, ଝାରସୁଗୁଡ଼ାରୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୬, ପୁରୀରୁ ୬୫, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱର ଓ ନବରଙ୍ଗପୁରରୁ ୪୮ ଲେଖାଏ, ମାଲକାନଗିରି ଓ ସୋନପୁରରୁ ୪୫ ଲେଖାଏ, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪, ନୟାଗଡ଼ରୁ ୩୦, କୋରାପୁଟରୁ ୨୯, ରାୟଗଡ଼ାରୁ ୨୭, ଦେବଗଡ଼ରୁ ୧୬, ଗଜପତିରୁ ୮, ବୌଦ୍ଧ ଜିଲାରୁ ୫, ଷ୍ଟେଟପୁଲରୁ ୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Share