ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୮୯, ଅନୁଗୋଳରୁ ୧୭୪, ସୁନ୍ଦରଗଡରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡରୁ ୧୦୦, ଯାଜପୁରରୁ ୯୫, କେନ୍ଦ୍ରାପଡାରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫, ମାଲକାନଗିରିରୁ ୬୯, କେନ୍ଦୁଝରରୁ ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡାରୁ ୪୬, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୦, ନୟାଗଡରୁ ୪୦, ବୌଦ୍ଧରୁ ୨୪, ରାୟଗଡାରୁ ୨୦, ଗଞ୍ଜାମରୁ ୧୮, ଦେବଗଡରୁ ୧୭, ଗଜପତିରୁ ୬, ଷ୍ଟେଟପୁଲରୁ ୭୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share