ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ସୋମବାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୩ କ୍ୱାରାଣ୍ଟାଇନ ଓ ୧୧୪ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଜାଗମରା ଆଇଟିଇଆର କ୍ୟାମ୍ପସରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମା ସୁବାସ ନଗର ବସ୍ତିରୁ ୩, ଡମଣାରୁ ୨, ସତ୍ୟବିହାରରୁ ୪, ସାମନ୍ତରାପୁରରୁ ୩, ମଞ୍ଚେଶ୍ୱରରୁ ୨, ରସୁଲଗଡ ସବରସାହିରୁ ୩, ବମିଖାଲରୁ ୨, ବିଜେବି ନଗରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୭୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share