ରାଜଧାନୀରୁ ୨୭୭ କରୋନା ପଜିଟିଭ ଚିହ୍ନଟ: ସେଥିରୁ ୯୬ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୫।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶନିବାର ପୁଣି ୨୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୭୭ ମଧ୍ୟରୁ ୧୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୯୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ବଡଗଡ ବ୍ରିଟ କୋଲନୀରୁ ୫ ଜଣ, ବରମୁଣ୍ଡା ଏଚ ବି କଲୋନୀରୁ ୪ ଜଣ, ଭରତପୁରରୁ ୪ ଜଣ, ପଟିଆରୁ ୩ ଜଣ, ଏକ ଘରୋଇ ହସ୍ପିଟାଲର ୪ ଜଣ କର୍ମଚାରୀ, କଳ୍ପନା ଫାୟାର ଷ୍ଟେଶନରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଭିଏସଏସ ନଗରରୁ ୬ ଜଣ, ଚକେଇସିଆଣିରୁ ୨ ଜଣ, ମଞ୍ଚେଶ୍ୱରରୁ ଜଣେ, ଘାଟିକିଆରୁ ଜଣେ, ଓଲ୍ଡ ଟାଉନରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜଧାନୀରୁ ୧୩୩ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Share