Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୋଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁ ୯୧, କଳାହାଣ୍ଡିରୁ ୭୮, ବଲାଙ୍ଗୀରରୁ ୭୪, ବରଗଡରୁ ୭୩, କେନ୍ଦୁଝରରୁ ୭୨, ସମ୍ବଲପୁରରୁ ୭୨, ମୟୂରଭଞ୍ଜରୁ ୬୮, ମାଲକାନଗିରିରୁ ୬୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୬୫, ନବରଙ୍ଗପୁରରୁ ୬୨, ସୋନପୁରରୁ ୫୯, ଝାରସୁଗୁଡାରୁ ୫୬, ନୟାଗଡରୁ ୫୫ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ ୫୪, କୋରାପୁଟରୁ ୫୧, କନ୍ଧମାଳରୁ ୪୩, ଭଦ୍ରକରୁ ୩୩, ଗଞ୍ଜାମରୁ ୩୧, ଢେଙ୍କାନାଳରୁ ୨୭, ବୌଦ୍ଧରୁ ୨୧ ଓ ଦେବଗଡରୁ ୧୮, ରାଜ୍ୟପୁଲରୁ ୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share