ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୮୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୮।୯(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ଆଉ ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୩୦, ପୁରୀରୁ ୧୯୨, ମୟୂରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ୱରରୁ ୭୮, କେନ୍ଦୁଝରରୁ ୭୬, ବରଗଡରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାଡସୁଗୁଡାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢେଙ୍କାନାଳରୁ ୩୫, ବଲାଙ୍ଗୀରରୁ ୨୮, କନ୍ଧମାଳରୁ ୨୮, ନୂଆପଡାରୁ ୨୫, ସୁନ୍ଦରଗଡରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡାରୁ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୭, କେନ୍ଦ୍ରାପଡାରୁ ୧୫, ନୟାଗଡରୁ ୧୨, ଅନୁଗୋଳରୁ ୯, ବୌଦ୍ଧରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share