ସୁସ୍ଥ ହେଲେ ୨୭୦୬ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ପଢନ୍ତୁ

ଭୁବନେଶ୍ୱର,୧୦।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, ବରଗଡ଼ରୁ ୧୩୯, ପୁରୀରୁ ୧୩୨, ରାୟଗଡ଼ାରୁ ୧୦୧, ଝାରସୁଗୁଡ଼ାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତସିଂହପୁରରୁ ୭୫, ଢେଙ୍କାନାଳ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ୱରରୁ ୩୮, ସୁନ୍ଦରଗଡ଼ରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରରୁ ୨୫, ସୋନପୁରରୁ ୨୪, ବୌଦ୍ଧ ୨୩, ନୂଆପଡ଼ାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୋଳରୁ ୧୭ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share