ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୮୮ କରୋନା ଆକ୍ରାନ୍ତ : ରାୟଗଡାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡା ଜିଲାରୁ ସର୍ବାଧିକ ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁରରୁ ୧୧୭, ମାଲକାନଗିରିରୁ ୮୧, ସୁନ୍ଦରଗଡରୁ ୭୮, ନବରଙ୍ଗପୁରରୁ ୫୬, ଝାରସୁଗୁଡାରୁ ୫୫, ଭଦ୍ରକରୁ ୫୨, ବରଗଡରୁ ୫୧, ଜଗତସିଂହପୁରରୁ ୩୫, ଢେଙ୍କାନାଳରୁ ୩୪, କଳାହାଣ୍ଡିରୁ ୩୩, ଗଜପତିରୁ ୩୦, କେନ୍ଦୁଝରରୁ ୨୯, କନ୍ଧମାଳରୁ ୨୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୋନପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ବୌଦ୍ଧରୁ ୧୦, ଅନୁଗୋଳରୁ ୫, ଯାଜପୁରରୁ ୫, ଦେଓଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share