ଆଜି ଶପଥ ନେବେ ୩ ରାଜ୍ୟ ସଭା ଏମ୍‌ପି

ନୂଆଦିଲ୍ଲୀ/ଭୁବନେଶ୍ୱର,୮।୭(ବ୍ୟୁରୋ): ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ। ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଶପଥ ଗ୍ରହଣ କରାଇବେ। ପୂର୍ବାହ୍ନ ୧୧ଟାରେ ରାଜ୍ୟ ସଭା ପ୍ରକୋଷ୍ଠରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଅନ୍ୟ କେତେକ ରାଜ୍ୟର ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପିମାନେ ମଧ୍ୟ ଶପଥ ନେବେ ।

Share