ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୮।୭(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୨୦ ଜଣ ଥିବାବେଳେ ଯାଜପୁରରୁ ୪୬, ଖୋର୍ଦ୍ଧାରୁ ୨୮, କଟକରୁ ୨୧, କେନ୍ଦୁଝରରୁ୧୬, ନୟାଗଡରୁ ୧୪ ଜଣ ରହିଛନ୍ତି। ସେହିପରି ନବରଙ୍ଗପୁରରୁ ୯, ପୁରୀରୁ ୭, ବରଗଡରୁ ୬, ଢେଙ୍କାନାଳ, ଝାରସୁଗୁଡା, ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଅନୁଗୋଳ, ନୂଆପଡାରୁ ୪ ଜଣ ଲେଖାଏଁ ରହିଛନ୍ତି। ଠିକ ସେହିପରି ବାଲେଶ୍ୱର, କେନ୍ଦ୍ରାପ଼ଡା ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି। ବଲାଙ୍ଗିର, ଜଗତସିଂହପୁର, କୋରାପୁଟ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୭୦୦୬ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Share