ଭୁବନେଶ୍ୱରରେ ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୩।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୭ ଜଣଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୦୬ ଜଣ ଚିହ୍ନଟ ହୋଇଥିବାବେଳେ ୧୧୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ବାଣୀବିହାର ପଥର ବନ୍ଧରୁ ୪ ଜଣ, ରସୁଲଗଡ ଜିଜିପି କଲୋନୀରୁ ୨ ଜଣ, ସାଲିଆସାହିରୁ ୫ ଜଣ, ଡୁମୁଡୁମାରୁ ୨, ସିଆରପିଏଫ କ୍ୟାମ୍ପସରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୬ରୁ ୬ଜଣ, ସୁନ୍ଦରଗଡରୁ ୫ଜଣ, କପିଳେଶ୍ୱରରୁ ୩, କଳିଙ୍ଗନଗରରୁ ୬, ଚିନ୍ତାମଣିଶ୍ୱରରୁ ୫, ଆଚାର୍ଯ୍ୟ ବିହାରରୁ ୧୨, ଆଇଗିଣିଆରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୧୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share