ରାଜ୍ୟରେ ସୁସ୍ଥ ହେଲେ ୩୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲେଶ୍ୱରୁ ୩୫, ସୁନ୍ଦରଗଡରୁ ୩୫, ଅନୁଗୋଳରୁ ୩୪, କଟକରୁ ୨୯, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୨, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୧, ବଲାଙ୍ଗୀରରୁ ୧୦, ଯାଜପୁରରୁ ୯, ବରଗଡରୁ ୮, ନୂଆପଡାରୁ ୬, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୪, କୋରାପୁଟରୁ ୪, ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୩, ନୟାଗଡରୁ ୩, ଗଜପତିରୁ ୨, ଭଦ୍ରକରୁ ୧, ଦେବଗଡରୁ ୧, ପୁରୀରୁ ୧ ଓ ସୋନପୁରରୁ ୧ , ଷ୍ଟେଟ୍‌ପୁଲରୁ ୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share