ଭୁବନେଶ୍ୱରରୁ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରାଣ୍ଟାଇନରୁ ୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ବୁଦ୍ଧନଗର ଗୋପବନ୍ଧୁ କଲୋନୀରୁ ୧୨ଜଣ, ସତ୍ୟନଗର ଏଚବି କଲୋନୀରୁ ଜଣେ, ସତ୍ୟନଗର ରାଜକୁମାର ବସ୍ତିରୁ ୪, ଚେନ୍ଦ୍ରଶେଖରପୁରରୁ ୪, ବୁଦ୍ଧେଶ୍ୱରୀ କଲୋନୀରୁ ୫, ବରମୁଣ୍ଡା ଏଚବି କଲୋନୀରୁ ୬, ଡୁମୁଡୁମାରୁ ୬, ମଞ୍ଚେଶ୍ୱରରୁ ୫, ୟୁନିଟ ୬ରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ମଞ୍ଚେଶ୍ୱରରୁ ୧୬ ଜଣ, ଭିଏସଏସନଗରରୁ ୫, ବିଜେବି ନଗରରୁ ୨, ଭରତପୁରରୁ ୩, ପାତ୍ରପଡାରୁ ଜଣେ, ପୋଖରୀପୁଟରୁ ୨, ନୟାପଲ୍ଲୀ ନୂଆସାହିରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଆଜି ୧୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share