ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୮୧, କଟକରୁ ୨୭୫, ବରଗଡରୁ ୨୧୮, ରାୟଗଡାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, କୋରାପୁଟରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡାରୁ ୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନବରଙ୍ଗପୁର, ନୂଆପଡା, ସୁନ୍ଦରଗଡରୁ ୭୯ ଜଣ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୭୫, ଅନୁଗୋଳ, ଢେଙ୍କାନାଳରୁ ୬୯ ଜଣ ଲେଖାଏ, କେନ୍ଦ୍ରାପଡାରୁ ୫୯, ଭଦ୍ରକ, ଜଗତସିଂହପୁରରୁ ୫୪ ଜଣ ଲେଖାଏ, ସୁବର୍ଣ୍ଣପୁରରୁ ୫୩, ବାଲେଶ୍ୱର, ବଲାଙ୍ଗୀର, ନୟାଗଡରୁ ୪୯ ଜଣ ଲେଖାଏ, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭ ଓ ଦେବଗଡ ଜିଲାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।