ଭୁବନେଶ୍ୱର,୨୧।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୧୭୩ ଜଣ ଚିହ୍ନଟ ହୋଇଥିବାବେଳେ ୧୫୧ଟି ଲୋକାଲ କଣ୍ଟାକ୍ଟ କେସ ରହିଛି। ୮ଜଣ ଟ୍ରାଫିକ କର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜମହଲରୁ ୯, ବାଣୀବିହାରରୁ ୪, ଶିଖରଚଣ୍ଡୀରୁ ୬, ଶୈଳଶ୍ରୀ ବିହାରରୁ ୩, ଡୁମୁଡୁମାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରେ ପଟିଆରୁ ୬, ଚନ୍ଦ୍ରଶେଖରପୁରରୁ ଜଣେ, ୟୁନିଟ-୮ରୁ ଜଣେ, ସାଲିଆସାହିରୁ ୩ଜଣ, ନୟାପଲ୍ଲୀରୁ୪, ବମିଖାଲରୁ ୩, ଝାଡପଡାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ୧୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ବିଏମ୍ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 21st Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/2TuNqoBEfx— BMC (@bmcbbsr) August 21, 2020