ରାଜ୍ୟରେ ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡାରୁ ୧୭, ବାଲେଶ୍ବରରୁ ୧୭, ସମ୍ବଲପୁରରୁ ୧୪, ମୟୂରଭଞ୍ଜରୁ ୧୩, କେନ୍ଦ୍ରାପଡାରୁ ୧୧, ବରଗଡରୁ ୧୦, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୦, କଳାହାଣ୍ଡିରୁ ୯, ବଲାଙ୍ଗିରିରୁ ୮, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ମାଲକାନାଗିରିରୁ ୩, ନୟାଗଡରୁ ୩, ଦେବଗଡରୁ ୨, ଭଦ୍ରକରୁ ୧, କୋରାପୁଟରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share