ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୩୨, ଅନୁଗୋଳରୁ ୨୩, କଟକରୁ ୨୨, କେନ୍ଦୁଝରରୁ ୨୧, ବଲାଙ୍ଗୀରରୁ ୨୦, ପୁରୀରୁ ୧୮, ସୁନ୍ଦରଗଡରୁ ୧୮, ବାଲେଶ୍ବରରୁ ୧୫, ନୂଆପଡାରୁ ୧୪, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ମୟୂରଭଞ୍ଜରୁ ୧୦, ବରଗଡରୁ ୯, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୫, ଭଦ୍ରକରୁ ୪, ଝାରସୁଗୁଡାରୁ ୪ ସୁସ୍ଥ ହୋଇଛନ୍ତି। ସେହିପରି ମାଲକାନାଗିରିରୁ ୪, ରାୟଗଡାରୁ ୪, ଗଞ୍ଜାମରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।