ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨।୯(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୬୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡାରୁ ୧୮୫, ସମ୍ବଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡରୁ ୧୨୫, ମୟୂରଭଞ୍ଜରୁ ୧୦୪, କେନ୍ଦୁଝରରୁ ୯୦, ସୁନ୍ଦରଗଡରୁ ୮୭, ଅନୁଗୋଳରୁ ୮୦, ବାଲେଶ୍ୱରରୁ ୭୯, ମାଲକାନଗିରିରୁ ୭୬, କନ୍ଧମାଳରୁ ୫୫, ଭଦ୍ରକରୁ ୪୯, ଜଗତସିଂହପୁରରୁ ୪୯, ବଲାଙ୍ଗୀରରୁ ୪୭ ଗଜପତିରୁ ୩୭, ବରଗଡରୁ ୩୫, ନୂଆପଡାରୁ ୩୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୩୪, ଢେଙ୍କାନାଳରୁ ୩୨, କେନ୍ଦ୍ରାପଡାରୁ ୩୦, ସୋନପୁରରୁ ୨୫, କଳାହାଣ୍ଡିରୁ ୧୪, ଝାଡସୁଗୁଡାରୁ ୧୩, ଦେଓଗଡରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share