ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡାରୁ ୧୫୧, ଝାଡସୁଗୁଡାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ୧୧୨, ବଳାଙ୍ଗୀରରୁ ୧୦୯, ମାଲକାନଗିରିରୁ ୧୦୩, ସମ୍ବଲପୁରରୁ ୯୮, କେନ୍ଦ୍ରାପଡାରୁ ୮୮, ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟରୁ ୬୯, ନୟାଗଡରୁ ୬୯, ଢେଙ୍କାନାଳରୁ ୬୮, ଜଗତସିଂହପୁରରୁ ୬୪, ଭଦ୍ରକରୁ ୬୨, ବରଗଡରୁ ୬୧, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୋନପୁରରୁ ୪୮, ଗଞ୍ଜାମରୁ ୪୭, ବୌଦ୍ଧରୁ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ ୩୪, ଗଜପତିରୁ ୧୬, ଦେଓଗଡରୁ ୧୨, ଷ୍ଟେଟପୁଲରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

 

Share